User:Subham lipu

From Wikiquote
Jump to navigation Jump to search

ଶୀର୍ଷକ:ମନେ ପଡ଼େ ମାଆ ତୋ କଥା

ମନେ ପଡେ ତୋର କଥା ସତେବେଳେ ଘନ ଅନ୍ଧାରକୁ ଦେଖେ ଯତେବେଳେ, ଡରଲାଗେ ବୋଲି ମୁଁ ଜାବୁଡି ଧରେ ମାଆ ବୋଲି ଡାକିଦେଲେ ସବୁ ହରେ ||

ତୋର କୋଳରେ ମୋତେ ବସାଇ ଦେଉ ଜହ୍ନକୁ ଦେଖାଇ ତୁ ଖୁଆଇ ଦେଉ, ଗୀତ ଗାଇ ମୋତେ ତୁ ଶୁଆଇ ଦେଉ ତୋ ପରି କିଏ ଆଉ ହବ ଲୋ ବୋଉ ||

ଆଧୁନିକ ଗୀତ ମୁଁ ଶୁଣୁଛି ଯେତେ ତୋ ଗୀତ ମୋର ମନେ ପଡୁଛି ସେତେ, ଗୁଣୁ ଗୁଣୁ ହୋଇ ତୁ କି ଗୀତ ଗାଉ ଧୋ ବାଇଆ ଗାଇ ତୁ ଶୁଆଇ ଦେଉ ||

ମନେ ପଡେ ଆଜି ପିଲାଦିନ କଥା ଥକି ପଡିଲେ ଆଉଁସୁ ଥିଲୁ ମଥା, ଧନ ଡାକ ମୋତେ ଲାଗୁଥିଲା ମିଠା ଆଜି ସେ ମୋ ପାଇଁ ହୋଇଗଲା ଗାଥା ||

ତୋ ପଣତ କାନି ହେଲା ସତ ପର ଦୂରେଇ ଦେଇ ମୋତେ କରିଲୁ ପର, ଆଜି ବି ତୋ କୋଳକୁ ଝୁରୁଛି ମନ କୋଉଠି ହଜିଲା ମୋର ପିଲାଦିନ ||

ନ ଥାଉ ପଛେ ଗାଡ଼ି,ନ ଥାଉ ଘୋଡା କାଖରେ ଧରି ବୁଲାଉ ଦୁନିଆ ସାରା, ଥକି ପଡ଼େ ନାହିଁ ତୋର ଦୁଇ ପାଦ ଦେଖେଇବୁ ବୋଲି ମୋତେ ଏ ଜଗତ ||

ସରଗର ସୁଖ ସେତେବେଳେ ମିଳେ ଯେତେବେଳେ ମୁଣ୍ଡ ଥାପେ ମା"ର କୋଳେ, ଶୀତ ହେଲେ ତୋର ପଣତ ମୁଁ ଲୋଡ଼େ ସେ ଦିନ ଗୁଡା ସବୁ ଗଲା କୁଆଡେ ||

•••ସମାପ୍ତ •••

ପ୍ରୀତିପ୍ରଣତି ପରିଚାଳନା ସମ୍ପାଦକ ନାମ:ଶୁଭମ ବେହେରା ଗ୍ରାମ:ମହାଲକ୍ଷ୍ମୀ ପୁର ଜିଲ୍ଲା:କଟକ ମୋ:ନଂ:୭୮୫୫୮୬୧୫୨୬